ଶ୍ରାଦ୍ଧ ଦିବସ:ଜାତିର ପିତା ମହାତ୍ମା ଗାନ୍ଧୀ
30-1-2024 ୧୮୬୯ ମସିହା ଅକ୍ଟୋବର ୨ତାରିଖରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ ରାଜାନୈତିକ ନେତା ମହାତ୍ମା ଗାନ୍ଧୀ । ସତ୍ୟାଗ୍ରହ ଏବଂ ଅହିଂସାର ସିଦ୍ଧାନ୍ତରେ ଚାଲି ଚାଲି ସେ ଭାରତକୁ ସ୍ୱାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଜାତିର ପିତା ଭାବେ ପରିଚିତ ମହାତ୍ମା ଗାନ୍ଧୀ ମାନବ ଜାତି ପାଇଁ ଏକ ଉଦାହରଣ । ସେ ପ୍ରତିଟି ପରିସ୍ଥିତିରେ ଅହିଂସା ଏବଂ ସତ୍ୟର ପାଳନ କରି ଲୋକଙ୍କୁ ସେଦିଗରେ ଚାଲିବାକୁ ପ୍ରେରଣା ଦେଉଥିଲେ । ତାଙ୍କ ଜୀବନ ସଦାଚାରରେ ଅତିବାହିତ ହୋଇଥିଲା । ସର୍ବଦା ପରମ୍ପରାଗତ ଭାରତୀୟ ପୋଷାକ ଧୋତି ଏବଂ ସୂତା ତିଆରି ଶାଲ୍ ପିନ୍ଧିବାକୁ ସେ ପସନ୍ଦ କରୁଥିଲେ । ସର୍ବଦା ଶାକାହାରୀ ଭୋଜନ ଖାଉଥିବା ଏହି ମହାପୁରୁଷ ଆତ୍ମଶୁଦ୍ଧି ପାଇଁ ଅନେକଥର ଦୀର୍ଘଦିନ ପର୍ଯ୍ୟନ୍ତ ଉପବାସ ରହିଥିଲେ । ୧୯୧୫ରେ ଭାରତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଗାନ୍ଧିଜୀ ଜଣେ ପ୍ରବାସୀ ଓକିଲ ଭାବେ ଦକ୍ଷିଣ ଆଫ୍ରିକାର ଭାରତୀୟ ସମୁଦାୟଙ୍କୁ ନାଗରିକ ଅଧିକାର ପ୍ରଦାନ ପାଇଁ ସଙ୍ଘର୍ଷ କରିଥିଲେ । ଭାରତ ଫେରି ସେ ବିଭିନ୍ନ ସ୍ଥାନ ଭ୍ରମଣ ପୂର୍ବକ କୃଷକ ଏବଂ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ଫେରାଇବା ସହ ଭେଦଭାବ ଦୂରପାଇଁ ଲଢ଼େଇ ଆରମ୍ଭ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ସମ୍ଭାଳିବା ପରେ ନିଜ କାର୍ଯ୍ୟ ଦ୍ୱାରା ଦେଶର ରାଜନୈତିକ, ସାମାଜିକ ଏବଂ ଆର୍ଥିକ ପରିଦୃଶ୍ୟକୁ ପ୍ରଭାବି...