ପଣ୍ଡିତ ରବିଶଙ୍କର
ଶ୍ରାଦ୍ଧ ଦିବସ:ପଣ୍ଡିତ ରବିଶଙ୍କର
ଭାରତର ପ୍ରସିଦ୍ଧ ସିତାର ବାଦକ ପଣ୍ଡିତ ରବି ଶଙ୍କର ୧୯୨୦ ମସିହା ଏପ୍ରିଲ୍ ୭ରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ପ୍ରଖ୍ୟାତ ଓକିଲଙ୍କ ପୁଅ ଥିଲେ ସେ । ମାତ୍ର ୧୦ ବର୍ଷ ବୟସରୁ ସେ ପ୍ୟାରିସ୍ ଚାଲିଯାଇଥିଲେ । ସେ ସମୟରେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ଜଣେ ପ୍ରସିଦ୍ଧ ନର୍ତ୍ତକ ଥିଲେ । ରବି ଶଙ୍କର ନିଜ ଭାଇଙ୍କ ମଣ୍ଡଳୀ ପାଇଁ ସିତାର ବାଦନ କରୁଥିଲେ । ୧୯୩୮ରେ ପଣ୍ଡିତ ରବି ଶଙ୍କର ନିଜ ଗୁରୁ ଆଲ୍ଲାଉଦ୍ଦିନ୍ ଖାନ୍ଙ୍କ ତତ୍ତ୍ୱାବଧାନରେ ସିତାର ବାଦନର ଔପଚାରିକ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ପୂରା କରିବା ପରେ ସେ ୧୯୫୦ ଯାଏ ଅଲ୍ ଇଣ୍ଡିଆ ରେଡିଓରେ ସଂଗୀତ ନିର୍ଦ୍ଦେଶକ ରହିଲେ । ପଣ୍ଡିତଜୀ ୧୯୫୩ରେ ସୋଭିଏତ୍ ସଙ୍ଘରେ ପ୍ରଦର୍ଶନ କଲେ ଏବଂ ପରେ ନିଜର କାର୍ଯ୍ୟକ୍ରମ କରିବାକୁ ମନସ୍ଥ କଲେ । ଏଡିନବର୍ଗ ଫେଷ୍ଟିଭାଲ୍ ଏବଂ ରୟାଲ୍ ଫେଷ୍ଟିଭାଲ୍ ହଲ୍ ଭଳି ପ୍ରମୁଖ କାର୍ଯ୍ୟକ୍ରମରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଭାରତ ବାହାରେ ବି ପ୍ରଶଂସାର ପାତ୍ର ହୋଇପାରିଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ସିତାର ବାଦନର କୌଶଳ ପାଇଁ ସେ ବିଶ୍ୱସ୍ତରରେ ପ୍ରସିଦ୍ଧ ହୋଇଗଲେ । ଭାରତ, କାନାଡ଼ା, ୟୁରୋପ ଏବଂ ସଂଯୁକ୍ତରାଷ୍ଟ୍ର ଆମେରିକାରେ ଫିଲ୍ମ ଏବଂ ନୃତ୍ୟାତ୍ମକ ସଂଗୀତ ସହ ଜଡ଼ିତ ହୋଇଥିଲେ । ଏହି ପ୍ରସିଦ୍ଧ ସିତାର ବାଦକଙ୍କୁ ଡକ୍ଟରେଟ୍ ସାଙ୍ଗକୁ ବିଶ୍ୱର କୋଣଅନୁକୋଣରୁ ସମ୍ମାନ ଏବଂ ପୁରସ୍କାର ପ୍ରାପ୍ତ ହୋଇଛି । ଯେଉଁଥିରେ ଭାରତ ରତ୍ନ, ଫୁକୁଓକା ଏସିଆନ୍ କଲ୍ଚର୍ ପୁରସ୍କାର, ପୋଲାର୍ ମ୍ୟୁଜିକ୍, ଗ୍ରାମୀ ପୁରସ୍କାର ଆଦି ସାମିଲ ରହିଛି । ଏହି ମହାନ୍ ସିତାର୍ ବାଦକ ୨୦୧୨ ଆଜିର ଦିନରେ ଚିରଦିନ ପାଇଁ ଆଖି ବୁଜିଥିଲେ ।
Comments
Post a Comment