Posts

ବିନାୟକ ଦାମୋଦର ସାବରକର୍‌

ଭାରତ ଭୂମିରେ ଅନେକ ବୀର ପୁରୁଷ ଜନ୍ମ ନେଇଛନ୍ତି । ଯାହାଙ୍କ ଗାଥା ଓ ଇତିହାସ ଶୁଣିଲେ ଛାତି ଗର୍ବରେ ଫୁଲିଯାଏ । ସେମିତି ଜଣେ ବୀରପୁରୁଷ ହେଉଛନ୍ତି ବିନାୟକ ଦାମୋଦର ସାବରକର । ତାଙ୍କୁ ଯୁଗ ପୁରୁଷ ବୋଲି ମଧ୍ୟ କୁହାଯାଏ । ସେ ଜଣେ ହିନ୍ଦୁତ୍ୱବାଦୀ, ରାଜନୈତିକ ଚିନ୍ତକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ନିଜର ଏହି ବିଚାରକୁ ଅଭିବ୍ୟକ୍ତ କରିବାରେ ସେ କୌଣସି ପ୍ରକାରର ସଙ୍କୋଚ କରିନାହାନ୍ତି । ଜଣେ କ୍ରାନ୍ତିକାରୀ ହେବାସହ ବୀର ଦାମୋଦର ଏକାଧାରାରେ ଜଣେ ଭାଷାବିତ୍‌, ବୁଦ୍ଧିଜୀବୀ, କବି, ଲେଖକ ଓ ଔଜସ୍ୱୀ ବକ୍ତା ଥିଲେ । ବିନାୟକଙ୍କ ଜନ୍ମ ୧୮୮୩ ମସିହା ମେ\' ୨୮ ତାରିଖରେ ନାସିକର ଭଗୁର ଗ୍ରାମରେ ହୋଇଥିଲା । ତାଙ୍କ ବାପା ଦାମୋଦର ପନ୍ତ ଗ୍ରାମର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ଯେତେବେଳେ ବିନାୟକା ୯ବର୍ଷର ହୋଇଥିଲେ ସେତେବେଳେ ମା\'ରାଧାବାଈଙ୍କୁ ହରାଇଥିଲେ । ମା\'ଙ୍କ ଦେହାନ୍ତ ପରେ ବାଳକ ବିନାୟକ ଏକୁଟିଆ ଅନୁଭବ କଲେ । କିନ୍ତୁ ତାଙ୍କ ବଡ଼ଭାଇମାନେ ଏତେ ସ୍ନେହ ଦେଲେ ଯେ ସେ ସବୁ ଭୁଲିଗଲେ । ସର୍ବ ପ୍ରଥମେ ବିନାୟକ ନିଜ ବନ୍ଧୁଙ୍କ ସହ ମିଶି ମିତ୍ର ମେଳା ନାମରେ ଏକ ଦଳ ଗଠନ କଲେ । ଏହି ସମୟରେ ତାଙ୍କର ବିବାହ ଯମୁନାବାଈଙ୍କ ସହ ହୋଇଗଲା । ଯମୁନାବାଈ ବିନାୟକଙ୍କୁ ଉଚ୍ଚଶିକ୍ଷା ଲାଭ କରିବାରେ ବେଶ୍ ସାହାଯ୍ୟ କଲେ । ରାଜନୀତିରେ ସକ୍ରିୟ ହେବାପରେ ପ୍ରଥମେ ୧୯୦୫ରେ ବଙ୍ଗ-ଭଙ୍ଗ ପରେ ବିଦେଶୀ ବସ୍ତୁର ବହିଷ...

ଶ୍ରାଦ୍ଧ ଦିବସ:ଜାତିର ପିତା ମହାତ୍ମା ଗାନ୍ଧୀ

 30-1-2024 ୧୮୬୯ ମସିହା ଅକ୍ଟୋବର ୨ତାରିଖରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ ରାଜାନୈତିକ ନେତା ମହାତ୍ମା ଗାନ୍ଧୀ । ସତ୍ୟାଗ୍ରହ ଏବଂ ଅହିଂସାର ସିଦ୍ଧାନ୍ତରେ ଚାଲି ଚାଲି ସେ ଭାରତକୁ ସ୍ୱାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଜାତିର ପିତା ଭାବେ ପରିଚିତ ମହାତ୍ମା ଗାନ୍ଧୀ ମାନବ ଜାତି ପାଇଁ ଏକ ଉଦାହରଣ । ସେ ପ୍ରତିଟି ପରିସ୍ଥିତିରେ ଅହିଂସା ଏବଂ ସତ୍ୟର ପାଳନ କରି ଲୋକଙ୍କୁ ସେଦିଗରେ ଚାଲିବାକୁ ପ୍ରେରଣା ଦେଉଥିଲେ । ତାଙ୍କ ଜୀବନ ସଦାଚାରରେ ଅତିବାହିତ ହୋଇଥିଲା । ସର୍ବଦା ପରମ୍ପରାଗତ ଭାରତୀୟ ପୋଷାକ ଧୋତି ଏବଂ ସୂତା ତିଆରି ଶାଲ୍ ପିନ୍ଧିବାକୁ ସେ ପସନ୍ଦ କରୁଥିଲେ । ସର୍ବଦା ଶାକାହାରୀ ଭୋଜନ ଖାଉଥିବା ଏହି ମହାପୁରୁଷ ଆତ୍ମଶୁଦ୍ଧି ପାଇଁ ଅନେକଥର ଦୀର୍ଘଦିନ ପର୍ଯ୍ୟନ୍ତ ଉପବାସ ରହିଥିଲେ । ୧୯୧୫ରେ ଭାରତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଗାନ୍ଧିଜୀ ଜଣେ ପ୍ରବାସୀ ଓକିଲ ଭାବେ ଦକ୍ଷିଣ ଆଫ୍ରିକାର ଭାରତୀୟ ସମୁଦାୟଙ୍କୁ ନାଗରିକ ଅଧିକାର ପ୍ରଦାନ ପାଇଁ ସଙ୍ଘର୍ଷ କରିଥିଲେ । ଭାରତ ଫେରି ସେ ବିଭିନ୍ନ ସ୍ଥାନ ଭ୍ରମଣ ପୂର୍ବକ କୃଷକ ଏବଂ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ଫେରାଇବା ସହ ଭେଦଭାବ ଦୂରପାଇଁ ଲଢ଼େଇ ଆରମ୍ଭ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ସମ୍ଭାଳିବା ପରେ ନିଜ କାର୍ଯ୍ୟ ଦ୍ୱାରା ଦେଶର ରାଜନୈତିକ, ସାମାଜିକ ଏବଂ ଆର୍ଥିକ ପରିଦୃଶ୍ୟକୁ ପ୍ରଭାବି...

ଶ୍ରାଦ୍ଧଦିବସ:ଜଗଦୀଶ ମହାନ୍ତି

 ଶ୍ରାଦ୍ଧଦିବସ:ଜଗଦୀଶ ମହାନ୍ତି  29-12-2023 ଓଡ଼ିଆ ଗଳ୍ପ ଜଗତରେ ନୂଆ ଧାରାର ଆବହାକ ଭାବେ ପରିଚିତ ଥିଲେ ଜଗଦୀଶ ମହାନ୍ତି । ୧୯୫୧ ମସିହା ଫେବୃଆରୀ ୧୭ରେ ବେଲପାହାଡ଼ରେ ଜନ୍ମଗ୍ରହଣ କରିଥିଲେ ସେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ବିଶେଷ ରୁଚି ରଖିଥିଲେ ଜଗଦୀଶ । ଏହି ଧାରା ବଜାୟ ରଖି ଭବିଷ୍ୟତରେ ଅନେକଗୁଡ଼ିଏ ଉପନ୍ୟାସ, କ୍ଷୁଦ୍ରଗଳ୍ପ ମାନ ରଚନା କରିଥିଲେ । ଏହାସହ ସେ ଥିଲେ ଜଣେ ଉଚ୍ଚକୋଟୀର ଅନୁବାଦକ । ତାଙ୍କ ଲେଖା ଶୈଳୀ ଥିଲା ଖୁବ୍ ପରିମାର୍ଜିତ ଏବଂ ବୋଧଗମ୍ୟ । ଖୁବ୍ ସରଳ ଭାଷାରେ ସେ ନିଜ ରଚନାକୁ ପାଠକଙ୍କ ପାଇଁ ଉପସ୍ଥାପନ କରୁଥିଲେ । କନିଷ୍କ କନିଷ୍କ, ନିଜ ନିଜ ପାନିପଥ, ଉତ୍ତରାଧିକାର, ଦୁର୍ଦ୍ଦିନ ଏବଂ ଅଦୃଶ୍ୟ ସକାଳ ଭଳି ଉପନ୍ୟାସ ସେ ରଚନା କରିଥିଲେ; ଯାହା ବେଶ୍ ପାଠକୀୟ ଆଦୃତ୍ତିଲାଭ କରିଥିଲା । ଏହାଛଡ଼ା ଏକାକୀ ଅଶ୍ୱରୋହୀ, ଦକ୍ଷିଣ ଦୁଆରୀ ଘର, ଆଲବମ୍‌, ଦିପହର ଦେଖିନଥିବା ଲୋକଟିଏ, ସୁନା ଇଲିସି, ସୁନ୍ଦରତମ ପାପ, ସତୁରୀର ଜଗଦୀଶ, ବୀଜ ବୃକ୍ଷ ଛାୟା ଇତ୍ୟାଦି ଭଳି ଅନେକଗୁଡ଼ିଏ କ୍ଷୁଦ୍ରଗଳ୍ପ ରଚନା କରିଥିଲେ । ସୁନା ଇଲିସି ପାଇଁ ତାଙ୍କୁ ୨୦୦୩ରେ ମିଳିଥିଲା ଶାରଳା ପୁରସ୍କାର । କନିଷ୍କ କନିଷ୍କ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ସେ । ଏହାବ୍ୟତୀତ ତାଙ୍କୁ ଝଙ୍କାର ସମ୍ମାନ, ଉତ୍କଳ ସାହିତ୍ୟ ସମାଜ କଥା ସମ୍ମାନ ଏବଂ ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନରେ ସମ୍ମା...

ଶ୍ରାଦ୍ଧଦିବସ:ମଧୁସୂଦନ ରାଓ

 ଶ୍ରାଦ୍ଧଦିବସ:ମଧୁସୂଦନ ରାଓ  ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଏବଂ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି, ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଏବଂ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସେ କଟକରେ ‘ଉତ୍କଳ ସାହିତ୍ୟ ସମାଜ’ର ପ୍ରତିଷ୍ଠା କରିଥିଲେ । ୧୮୫୩ ମସିହା ଜାନୁଆରୀ ୧୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ପୁରୋଧା । ୧୮୬୬ ମସିହାରେ ପଡ଼ିଥିଲା ନ’ଅଙ୍କ ଦୁର୍ଭିକ୍ଷ । ସେ ସମୟରେ ମଧୁସୂଦନ ଥିଲେ ପୁରୀ ଜିଲ୍ଲା ସ୍କୁଲ୍‌ର ଛାତ୍ର । ଶହଶହ ଶବ ଓ ନରକଙ୍କାଳ ଦେଖି ଅବୋଧ ମନତଳର ପ୍ରାଣ ତାଙ୍କର ଛଟପଟ ହେଉଥିଲା । ଭାଗ୍ୟକୁ ଦରିତ୍ର ତଥା ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର ସେବା କରିବା ଏବଂ ସେମାନଙ୍କୁ ଚାଉଳ ବାଣ୍ଟିବା ଦାୟିତ୍ୱ ମଧୁସୂଦନଙ୍କୁ ଦିଆଗଲା । ଏ ଗୁରୁଦାୟିତ୍ୱ ପାଇଁ ସେ ଖୁବ୍ ଆନନ୍ଦିତ ହୋଇଥିଲେ । ଶିକ୍ଷା ସମାପ୍ତ ପରେ ସ୍ଥାନୀୟ ସ୍କୁଲରେ ଜଣେ ଅସ୍ଥାୟୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । ବିଭିନ୍ନ ସ୍ଥାନରେ ଶିକ୍ଷକ ଭାବରେ ଅବସ୍ଥାପିତ ହେବା ପରେ ଶେଷରେ ଶିକ୍ଷା ବିଭାଗରେ ଡେପୁଟି ଇନ୍ସପେକ୍ଟର ପଦ ଅଳଙ୍କୃତ କଲେ । ଅନେକଗୁଡ଼ିଏ ରଚନା ଲେଖିଥିଲେ ସେ; ଯାହା ଖୁବ୍ ସରଳ ଏବଂ ସୁବୋଧ ଥିଲା । ତାଙ୍କର ମଧୁର ରଚନାଶୈଳୀ ଲାଗି ତାଙ୍କୁ ଭକ୍ତକବି...

ଶ୍ରାଦ୍ଧଦିବସ:ରାଜେନ୍ଦ୍ର ଲାହିରୀ-17-12-23

 ଶ୍ରାଦ୍ଧଦିବସ:ରାଜେନ୍ଦ୍ର ଲାହିରୀ ବଙ୍ଗଳା(ବର୍ତ୍ତମାନର ବାଂଲାଦେଶ) ସ୍ଥିତ ମୋହନପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଜେନ୍ଦ୍ର ଲାହିରୀ । ତାଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ରାଜେନ୍ଦ୍ରଙ୍କ ଜନ୍ମ ସମୟରେ ବଙ୍ଗରେ ଚାଲିଥିବା ଅନୁଶୀଳନ ଦଳର ଗୁପ୍ତ ଗତିବିଧିରେ ଯୋଗଦେବା ଅଭିଯୋଗରେ ତାଙ୍କ ପିତାଙ୍କୁ ବନ୍ଦୀ କରାଯାଇଥିଲା । ପିଲାଦିନୁ ଏ ଘଟଣା ରାଜେନ୍ଦ୍ରଙ୍କ କୋମଳ ମନରେ ଗଭୀର ରେଖାପାତ ସୃଷ୍ଟି କରିଥିଲା । ମାତ୍ର ନଅ ବର୍ଷ ବୟସରେ ହୃଦୟରେ ଦେଶପ୍ରେମର ବହ୍ନି ଜଳାଇ ବଙ୍ଗରୁ ଆସି ବାରାଣସୀରେ ପହଞ୍ôଚଲେ । ସେଠାରେ ଶିକ୍ଷା ସମାପ୍ତ କରି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଲେ । କାକୋରୀ କାଣ୍ଡ ସମୟରେ ରାଜେନ୍ଦ୍ର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍‌ଏ କରୁଥିଲେ । ଏହି ଘଟଣା ପୂର୍ବରୁ ତାଙ୍କ ଭିତରେ ଥିବା ଦେଶପ୍ରେମ ଏବଂ ନିର୍ଭୀକତାକୁ ଦେଖି ବ୍ରିଟିଶ୍ ବି ଥରହର ହୋଇଥିଲେ । ୍ରାନ୍ତିକାରୀ ଶଚିନ୍ଦ୍ରନାଥ ସାନ୍ୟାଲ୍‌ଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜ ହୃଦୟର ଦେଶପ୍ରେମ ଭାବନାକୁ ଆହୁରି ଜାଗ୍ରତ କରିପାରିଲେ । ଶଚିନ୍ଦ୍ରନାଥ ରାଜେନ୍ଦ୍ରଙ୍କୁ ନିଜ ଦଳରେ ସାମିଲ କରି ବନାରସର ‘ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିଭୋଲ୍ୟୁସନ୍ ଆର୍ମି ପାର୍ଟି’ର ପ୍ରଭାରୀ କରିଦେଲେ । ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍‌ର ଗୁପ୍ତ ବୈଠକରେ ମଧ୍ୟ ତାଙ୍କୁ ସ୍ଥାନିତ କରାଗଲା । ଏତିକିବେଳେ କ୍ରାନ୍ତିକାରୀଙ୍କ ଦ୍ୱାର...

ପଣ୍ଡିତ ରବିଶଙ୍କର

  ଶ୍ରାଦ୍ଧ ଦିବସ:ପଣ୍ଡିତ ରବିଶଙ୍କର  ଭାରତର ପ୍ରସିଦ୍ଧ ସିତାର ବାଦକ ପଣ୍ଡିତ ରବି ଶଙ୍କର ୧୯୨୦ ମସିହା ଏପ୍ରିଲ୍ ୭ରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ପ୍ରଖ୍ୟାତ ଓକିଲଙ୍କ ପୁଅ ଥିଲେ ସେ । ମାତ୍ର ୧୦ ବର୍ଷ ବୟସରୁ ସେ ପ୍ୟାରିସ୍ ଚାଲିଯାଇଥିଲେ । ସେ ସମୟରେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ଜଣେ ପ୍ରସିଦ୍ଧ ନର୍ତ୍ତକ ଥିଲେ । ରବି ଶଙ୍କର ନିଜ ଭାଇଙ୍କ ମଣ୍ଡଳୀ ପାଇଁ ସିତାର ବାଦନ କରୁଥିଲେ । ୧୯୩୮ରେ ପଣ୍ଡିତ ରବି ଶଙ୍କର ନିଜ ଗୁରୁ ଆଲ୍ଲାଉଦ୍ଦିନ୍ ଖାନ୍‌ଙ୍କ ତତ୍ତ୍ୱାବଧାନରେ ସିତାର ବାଦନର ଔପଚାରିକ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ପୂରା କରିବା ପରେ ସେ ୧୯୫୦ ଯାଏ ଅଲ୍ ଇଣ୍ଡିଆ ରେଡିଓରେ ସଂଗୀତ ନିର୍ଦ୍ଦେଶକ ରହିଲେ । ପଣ୍ଡିତଜୀ ୧୯୫୩ରେ ସୋଭିଏତ୍ ସଙ୍ଘରେ ପ୍ରଦର୍ଶନ କଲେ ଏବଂ ପରେ ନିଜର କାର୍ଯ୍ୟକ୍ରମ କରିବାକୁ ମନସ୍ଥ କଲେ । ଏଡିନବର୍ଗ ଫେଷ୍ଟିଭାଲ୍ ଏବଂ ରୟାଲ୍ ଫେଷ୍ଟିଭାଲ୍ ହଲ୍ ଭଳି ପ୍ରମୁଖ କାର୍ଯ୍ୟକ୍ରମରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଭାରତ ବାହାରେ ବି ପ୍ରଶଂସାର ପାତ୍ର ହୋଇପାରିଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ସିତାର ବାଦନର କୌଶଳ ପାଇଁ ସେ ବିଶ୍ୱସ୍ତରରେ ପ୍ରସିଦ୍ଧ ହୋଇଗଲେ । ଭାରତ, କାନାଡ଼ା, ୟୁରୋପ ଏବଂ ସଂଯୁକ୍ତରାଷ୍ଟ୍ର ଆମେରିକାରେ ଫିଲ୍ମ ଏବଂ ନୃତ୍ୟାତ୍ମକ ସଂଗୀତ ସହ ଜଡ଼ିତ ହୋଇଥିଲେ । ଏହି ପ୍ରସିଦ୍ଧ ସିତାର ବାଦକଙ୍କୁ ଡକ୍ଟରେଟ୍ ସାଙ୍ଗକୁ ବି...